Ebe Gumane Mukha Modu Kahinki

ଏବେ ଗୁମାନେ ମୁଖ ମୋଡ଼ୁ କାହିଁକି
(Gourachandra Gajapati— Raga Todi Punnaga, Tala Ekatali)
(ଗୌରଚନ୍ଦ୍ର ଗଜପତି— ରାଗ ତୋଡ଼ି ପୁନ୍ନାଗ, ତାଳ ଏକତାଳି)

ଏବେ ଗୁମାନେ ମୁଖ ମୋଡ଼ୁ କାହିଁକି
କେ ତୋତେ ବ୍ରଜେ ଜାଣି ନାହିଁକି । ଘୋଷା ।

ଶୁଣି ପ୍ରସଙ୍ଗ ତାର ହୋଇ ଅତି କାତର
ଲୋଡ଼ୁଥାଉ ବଂଶୀପାଣିକି । ୧ ।

ଯମୁନା ଯିବା ବେଳେ ଦେଖି ତା ରୂପ ଡୋଳେ
ଭ୍ରମିବାର ଗଲା କେଣିକି । ୨ ।

କହିଲେ କେତେ ଥର ନ ଘେନୁ ମୋର ଗୀର
ସତେ ଧରିବୁକି ଧୃତିକି । ୩ ।

ଯାହାର ବଂଶୀସ୍ୱନ ତ୍ରିଭୁବନ ମୋହନ
ଶୁଣି ନ ଯିବୁକି କତିକି । ୪ ।

ଗୌରଚନ୍ଦ୍ର ଭୂପତି ବୋଲେ ଆଜ ଶ୍ରୀମତୀ
କୁଞ୍ଜବନେ କର ଗତିକି । ୫ ।