Radhe Mohana Thare Kopa

ରାଧେ ମୋହନ ଠାରେ କୋପ
(Gourachandra Gajapati— Raga Ghantaraba, Tala Aditala)
(ଗୌରଚନ୍ଦ୍ର ଗଜପତି— ରାଗ ଘଣ୍ଟାରବ, ତାଳ ଆଦିତାଳ)

ରାଧେ ମୋହନ ଠାରେ କୋପ ବହିଲୁ
ଦୁଃଖସରେ ମନହଂସ ଖେଳାଇଲୁ । ଘୋଷା ।

ଶ୍ୟାମ ତୋ ଗଳାମାଳି ବଂଶୀରେ ହେଲି ବୋଲି
ଡାକୁଥିଲେ ଶ୍ରବଣରେ ନ ଶୁଣିଲୁ । ୧ ।

କାରଣ ବିନା ଗୋରୀ ଏଡ଼ିଲୁ ସୁଖ ଶିରୀ
ପାଖେ ଉଭା ହୋଇଲେ ସେ ନ ଚାହିଁଲୁ । ୨ ।

ବ୍ରଜରେ ତୋର ପରି ନାହାନ୍ତି କେତେ ନାରୀ
କରେ କର ଧରନ୍ତେ ତୁ ଛାଟିଲୁ । ୩ ।

କାହାର ଖଚ ଗୀର କରିଣ ଜପାମାଳ
ସ୍ମରକାଣ୍ଡରେ ଏବେ ଘାରିହୋଇଲୁ । ୪ ।

ଗୌରଚନ୍ଦ୍ର ଭୂପତି ଭାଷନ୍ତି ଗୋ ଶ୍ରୀମତୀ
ବନ ମାଳତୀ ଗତି ତୁହି ପାଇଲୁ । ୫ ।