Bhaja Mana Re Radha Gobinda

ଭଜ ମନ ରେ ରାଧା ଗୋବିନ୍ଦ
(Gourachandra Gajapati— Raga Punnaga, Tala Jhula)
(ଗୌରଚନ୍ଦ୍ର ଗଜପତି— ରାଗ ପୁନ୍ନାଗ, ତାଳ ଝୁଲା)

ଭଜ ମନ ରେ ରାଧା ଗୋବିନ୍ଦ
ସଦା ଅଚିରେ ପାଇବୁ ପଦାରବିନ୍ଦ । ଘୋଷା ।

ଶ୍ରୀଗୁରୁ ନଳିନ ଚରଣେ ଶରଣ
ପଶି ସେ ବସୁଧା ବୃନ୍ଦ
ରଙ୍ଗେ ନିଅ କାଳ କାଳଦଣ୍ଡ ଭୟ
ଘୁଞ୍ଚିବ ତେଜି ତୁ ଦ୍ୱନ୍ଦ । ୧ ।

ସ୍ୱପ୍ନର ପ୍ରକାର ତୁଟିଯିବ ତୋର
ନ ବାନ୍ଧିବ ଭବବନ୍ଧ
ଯମୁନା ତଟରେ ରାସ ନିକଟରେ
ଦେଖିବୁ ହୋଇ ଆନନ୍ଦ । ୨ ।

ଯା ଧୂଳିଖେଳାରେ ଚକ୍ଷୁ ଯୁଗଳକୁ
ଦାନ ଲଭିଅଛି ଅନ୍ଧ
ଗୌରଚନ୍ଦ୍ର ଗଜପତି କହନ୍ତି
ଦୟା କରିବେ ମୁକୁନ୍ଦ । ୩ ।