Aja Kunda Radana Kahinki Bimana

ଆଜ କୁନ୍ଦରଦନା କାହିଁକି ବିମନା
(Gourachandra Gajapati— Raga Bhatiari, Tala Attatala)
(ଗୌରଚନ୍ଦ୍ର ଗଜପତି— ରାଗ ଭାଟିଆରୀ, ତାଳ ଅଟ୍ଟତାଳ)

ଆଜ କୁନ୍ଦରଦନା କାହିଁକି ବିମନା
କେ କି ଲଗାଇ ମୋ ନାଁରେ କହିଛି ନା । ଘୋଷା ।

କେବେ ନ ଥିଲା ଗୁମାନ ଆଜ କାହିଁକିରେ ଧନ
ନ କହୁ ପ୍ରେମ ବଚନ ସ୍ନେହାଧୀନା । ୧ ।

ରସାଳସା ରସାଭୂଷା ଯୋଷା ନ ଭାଙ୍ଗ ମୋ ଆଶାଅ
ରସାଭୂଷା ଲୋକହସା ତୁ କରନା । ୨ ।

କଳ୍ପଲତା ପ୍ରିୟସଙ୍ଗୀ ଅଳ୍ପକେ ଦେଉଛୁ ଭାଙ୍ଗି
ସ୍ୱଳ୍ପ ହୋଇ ନାଶୁଛୁ ଦୟାଳୁ ବାନା । ୩ ।

ରୋଷ ଥିଲେ ତୋ ଚିତ୍ତରେ ବାନ୍ଧି ବାହୁ ଯୁଗଳରେ
ନଖାଙ୍କୁଶ ମୋ ଉରରେ ମାର ସିନା । ୪ ।

ଗୌରଚନ୍ଦ୍ର ଗଜପତି ଭାଷନ୍ତି ମୃଦୁ ଭାରତୀ
ଟେକି ତୋ ବଦନଶଶୀ ବାରେ ଅନା । ୫ ।