(କିଶୋରଚନ୍ଦ୍ର— ରାଗ ପ୍ରାନ୍ତବରାଡ଼ି, ତାଳ ଏକତାଳି)
କହ କହ ଗୋ ମାଳତୀ କୁନ୍ଦ ମନ୍ଦାର ସେବତୀ
କଲେ କି ଏ ପଥେ ବିଜେ ନବୀନ ଘନ ମୂରତି । ଘୋଷା ।
କହ ଗୋ ହରିଣୀମାନେ ବିଲୋକି ଥିଲେ ନୟନେ
ଯାହା ହୃଦେ ବନମାଳ ଲୁଳେ ସେ ଗଲେ କି ଏଣେ । ୧ ।
ଦେଖିଥିଲେ କହ ଚମ୍ପା ବଲ୍ଲରୀ ଗୋ ଅନୁକମ୍ପା
କରି ଯାହା ବଂଶୀ ସ୍ୱନ ଯୁବତୀ ଧଇର୍ଯ୍ୟକମ୍ପା । ୨ ।
ମସ୍ତକେ ଚନ୍ଦ୍ରକ ଚୂଳ କଟିରେ ପୀତ ଦୂକୁଳ
ଯାହାର ତାଙ୍କୁ ବିଲୋକିଅଛୁ କି କହ ତମାଳ । ୩ ।
ଏପରି ଖୋଜି ସେ ସ୍ଥଳେ ନ ପାଇ ରାଧା ଭାଷିଲେ
ରାଜେନ୍ଦ୍ର ସ୍ମରେ ସତତ ନମି କୃଷ୍ଣ ପଦତଳେ । ୪ ।