(— ରାଗ କାମୋଦୀ, ତାଳ ତ୍ରିପଟା)
ନାଗରୀ ରେ ଏ ଘନ ଘୋଟିଲା
ଏକାଳେ ସୁତନୁ ମନୁ ମାନ ନ ତୁଟିଲା । ଘୋଷା ।
ଚାହୁଁ ଚାହୁଁ ଚଉଦିଗେ ଚପଳା ଚମକିଲା
ଆହା ବୋଲିବାକୁ କେହି ସାହା ତ ନ ଦିଶିଲା
(ପଡ଼ି)
ହରବନ୍ଦିନୀହର ତରଳ ନୟନୀର
ଘଡ଼ି ଘଡ଼ିକେ ମାର ମାରୁଛି ସୁମଶର
ଝିଙ୍କାରୀର ଝଙ୍କାର ଝମକ ମକମକ
ଶାମୁକା ସ୍ୱନେ ଆନ କୁଳେ ଡାହୁକ ଡାକ
ଡଗରା ବୋଲେ ଭେକ ନାଗରା ପିଟିଲା । ୧ ।