Hadidasa Malasri

ହାଡ଼ିଦାସ ମାଳଶ୍ରୀ
(Hadi Dasa)
(ହାଡ଼ିଦାସ)

ଶୁଣ ଆହୋ ମନ ସାଧୁଙ୍କ ଦାଣ୍ଡ
ରୂପ ଗୁଣ ମନ ଅଟେ କୋଦଣ୍ଡ
ପବନ ସର ଅମନ ହିଁ ସାର
ଏମନ୍ତେ ସାଧୁଙ୍କ ନିତ୍ୟ ବେହାର
କି କହିବି ମୁହିଁ ରୂପ ଯହିଁ ନାହିଁ
ନିର୍ଗୁଣ ସେ ନିର୍ବିକାର
ପୁଣି ଭାବକୁ ସେ ନିତ୍ୟେ ନେତ୍ରେ ବେହାର । ୧ ।

ହୋଇଲେ ପ୍ରଭୁ ମଞ୍ଚେ ଅବତାର
ନାଶିବେ ଅବନୀର ଭାରଭର
କଳି କଳୁଷମାନ କ୍ଷୟେ କରି
ନୀଳା ଆରମ୍ଭିବେ ନୀଳବେହାରୀ
ଦେବତାଏ ଆସି ମଞ୍ଚେ ପରବେଶି
ରୁଣ୍ଡ ହୋଇବେ ସକଳ
ପୁଣି କଳଙ୍କିରେ ପ୍ରଭୁ କାଟୀବେ କଳ୍‌ହ । ୨ ।

ଚଇତ୍ରରେ ବୁଡ଼ ବିନ୍ଦୁସାଗରେ
କେଶରୀ ଗୋପ୍ୟ ହୋଇବେ ସେଠାରେ
ଅନ୍ଧାର ଦିଶିବ ଏ ଦଶ ଦିଶ
ପ୍ରାଣବନ୍ଧୁ ତହୁଁ ହେବେ ପ୍ରକାଶ
ଚାହୁଁ ଚାହୁଁ ଜଳ ହୋଇବ ଯେ ସ୍ଥଳ
ମହାବାହୁ ପରକାଶ
ପୁଣି ସେଠାରୁ ଜାଣିମ ଭାରା ଊଶ୍ୱାସ । ୩ ।

ସତ୍ୟ ସ୍ଥାପିବେ କଳିକି ସଂହାରି
କାଳକୁ କେହି ନ ପାରିବେ ବାରି
କନେକଦୁର୍ଗା ସଙ୍ଗେ ଥିବେ ଘେନି
ମନ ମୋହିବେ ଭୁବନ ପାବେନୀ
ମ୍ଳେଚ୍ଛ ଦୃଷ୍ଟ ମାରି ବିଜେ ଯାଜନଗ୍ରୀ
ବିରୋଯା ପୁରେ ହୋଇବେ
ପୁଣି ଭକ୍ତ ଆବୋରି କଳି ବିନାଶିବେ । ୪ ।

ପ୍ରାଣୀଙ୍କ ଦେହେ ହେବ ସତ ଶ୍ୟାନ୍ତି
ସୁନ୍ଦର ଦିଶିବ ଅମରାବତୀ
ବାସେବ ଆଦି ଦିଗପାଳ ଘେନି
ତୁସ୍ତି ନାରଦ ଶିବ ପଦ୍ମଯୋନି
ଏହି ମର୍ତ୍ତ୍ୟପୁରୀ ବିଷ୍ଣୁ ଅବତରି
କରିବେ ଏମନ୍ତ ଭାବ
ପୁଣି କହିଲା ହାଡ଼ି ଜାଗିଲେ ଭେଟିବ । ୫ ।