Bhala Sobha Nandighosa

ଭଲା ଶୋଭା ନନ୍ଦିଘୋଷ
(Hadi Dasa)
(ହାଡ଼ିଦାସ)

ଭଲା ଶୋଭା ନନ୍ଦିଘୋଷ
ଦୂରକୁ ଦିଶଇ କେଡ଼େ ସୁବେଶ । ଘୋଷା ।

ଶ୍ରୀ ନୀଳକନ୍ଦରେ ବିଜେ କରିଛନ୍ତି
ଅଖିଳର ମଣି ଜଗୁନିବାସ
ଗରୁଡ଼ ପଛରେ ବ୍ରହ୍ମା ସ୍ତୁତି କରେ
ଛତିଶ ନିଯୋଗୀ କରନ୍ତି ବେଶ । ୧ ।

କୋଳେ ପ୍ରେମେ ଲକ୍ଷ୍ମୀ ଜାନୁ ପରେ ବସି
ଶ୍ରୀମୁଖ ଚାହିଁ ମୃଦୁମୃଦୁ ହାସ୍ୟ
ବରୁଣ ଛତ୍ର ପାଦପଦ୍ମେ ଯୋଗାନ୍ତେ
ନିଧି ବରଷଇ ରସ ରସ । ୨ ।

ତ୍ରିଅଦେବ ଘେନି ବଡ଼ଦାଣ୍ଡେ ଯାଇ
ଦେବଙ୍କ ସଙ୍ଗରେ ଯାତ୍ରା ରହସ୍ୟ
ତିନିପୁର ଲୋକ ଦଉଡ଼ି ଧରନ୍ତେ
ସ୍ୱର୍ଗକୁ ଶୁଭଇ ଚକ ଘୋଷ । ୩ ।

ଛତିଆ ଗ୍ରାମରେ ରହି ହୀନ ହାଡ଼ି
ସେହି ଦାଣ୍ଡକୁ କରିଛି ଆଶ
ସୁଜ୍ଞଜନ ପାଦେ ମୋର ଆଶା ଥାଉ
ଚାହିଁଲେ ଜନ୍ମର କଳୁଷ ନାଶ । ୪ ।