Saja Saja Tu Aja Rajakumari

ସାଜ ସାଜ ତୁ ଆଜ ରାଜକୁମାରୀ
(— Raga Ragesri, Tala Jati)
(— ରାଗ ରାଗେଶ୍ରୀ, ତାଳ ଯତି)

ସାଜ ସାଜ ତୁ ଆଜ ରାଜକୁମାରୀ
ଆଜି ଏ ସଞ୍ଜକୁ ସଖୀ ତୋ କୁଞ୍ଜକୁ
ଆସିବେ କୁଞ୍ଜବିହାରୀ । ଘୋଷା ।

ବୀଣାବାଣୀ ତୋର ଚିତ୍ତ ବିତ୍ତ ଚୋର
ମୋହନ ମୁରଲୀଧାରୀ । ୧ ।

ତେଜ ମନୁ ମାନ ଆରେ ଜୀବଧନ
ତାର ପ୍ରେମକୁ ବିଚାରି । ୨ ।