Syama Sanga Ranga Mora

ଶ୍ୟାମ ସଙ୍ଗ ରଙ୍ଗ ମୋର
(Benudhara— Raga Chalaghanta Kedara, Tala Ekatali)
(ବେଣୁଧର— ରାଗ ଚଳଘଣ୍ଟ କେଦାର, ତାଳ ଏକତାଳି)

ଶ୍ୟାମ ସଙ୍ଗ ରଙ୍ଗ ମୋର ଲାଗିଥାଉ
ନାମ ଜପି ଜପି ତାର ଜୀବନ ଯାଉ । ଘୋଷା ।

କାମ ମୋହନ ମୂରତି ବିନା କେବା ଆନ ଗତି
ତାର ପ୍ରୀତି ରସପାନେ ମତି ମୋ ଥାଉ । ୧ ।

ରାମ ଅନୁଜଙ୍କ ଗୁଣ ଗୁଣିଗୁଣି ନିଶି ଦିନ
ରାଧା ଜୀବ ଯିବା ଶୁଭ ଯୋଗଟି ହେଉ । ୨ ।

ଗ୍ରାମ ପାଟଣା ସହିତେ ଏ ଗୋପ ନଗରେ ଯେତେ
ଅକୀର୍ତ୍ତି ହାଟ ବସିବ ବସିଯାଉ । ୩ ।

ତହିଁକି ନାହିଁ ମୋ ଡର ଜୀବନ ସର୍ବସ୍ୱ ମୋର
ସୁନ୍ଦର ସେ ନନ୍ଦସୁତ ବଂଶୀବାହୁ । ୪ ।