Syamala Nirmala Jaladhara Chhabiki

ଶ୍ୟାମଳ ନିର୍ମ୍ମଳ ଜଳଧର ଛବିକି
(Gopalakrusna— Raga Ananda Kedara, Tala Adatali)
(ଗୋପାଳକୃଷ୍ଣ— ରାଗ ଆନନ୍ଦ କେଦାର, ତାଳ ଆଡ଼ତାଳି)

ଶ୍ୟାମଳ ନିର୍ମ୍ମଳ ଜଳଧର ଛବିକି । ଘୋଷା ।

ଲାଜ ପତି ପିତା କୁଳ ଜଳଧି କରି ଚଉଳ
ପ୍ରୀତି ଲାଗି ରାଧା ତନୁ ଦେଲାନି ବିକି । ୧ ।

ଜାଣରେ ସଜନୀ ଜୀବ ଯେବେ ହେଲେ ବରଜିବ
ଛାଡ଼ିଦେଲେ ସବୁଦିନେ ଜୀଇଥିବି କି । ୨ ।

ଆଜ ଯାଏଁ ଆଜନମୁ ବରତ କେତେ କରି ମୁଁ
ବର ମୁଁ ମାଗୁଛି ନିତି ସେବି ରବିଙ୍କି । ୩ ।

ବଳାରାତି ମଣି ମୋର ଗଳାର ଛଇଳାବର
ମୁଁ ଯୋଗୀ ସେ ଥାଳ ତେଜି ବରତିବି କି । ୪ ।

ଉପାୟ କହୁଛି ତୋତେ ବିଷ ଗୋଳି ଦେ ମୋ ହାତେ
ମନା କରନା ତୋ କଥା ନ ପାଳିବି କି । ୫ ।

ଗୋପାଳକୃଷ୍ଣ ଭାଷିତ ଆଳୀ ବୁଝିବାକୁ ଚିତ୍ତ
ପଚାରିଲେ ବିଜେ କର ବୃନ୍ଦାଟବୀକି । ୬ ।