Daya Kara Dinabandhu

ଦୟା କର ଦୀନବନ୍ଧୁ
(RamakrusnaKhemata)
(ରାମକୃଷ୍ଣ କବିଚନ୍ଦ୍ରଖେମଟା)

ଦୟା କର ଦୀନବନ୍ଧୁ ଶୁଭେ ଯାଉ ଆଜ ଦିନ
କର ଯୋଡ଼ି ତୁମ୍ଭ ପଦେ କରୁଅଛି ନିବେଦନ । ଘୋଷା ।

ଅନାଦି ଅନନ୍ତ ହରି କ୍ଷୀରସାଗର ବିହାରୀ
ଲକ୍ଷ୍ମୀ ଦେବୀ ମନୋହାରୀ ପ୍ରଭୁ ପତିତପାବନ । ୧ ।

ଜଗଜ୍ଜନ ହିତକାରୀ ଦଶ ଅବତାର ଧାରୀ
ମଧୁସୂଦନ ମୁରାରି କାଳୀୟ ଦର୍ପ ଗଞ୍ଜନ । ୨ ।

ତୁମ୍ଭେ ଧ୍ୟାନ ତୁମ୍ଭେ ଜ୍ଞାନ ଅନ୍ତର୍ଯ୍ୟାମୀ ଭଗବାନ
ତୁମ୍ଭ ବିନୁ ନାହିଁ ଆନ କଳି କଳୁଷ ନାଶନ । ୩ ।

ତୁମ୍ଭେ ଏ ସଂସାର ସାର ଆଉ ସବୁ ମାୟା ଘୋର
କୃତାନ୍ତ ଭୟୁଁ ଉଦ୍ଧର କହେ ରାମକୃଷ୍ଣ ଦୀନ । ୪ ।