Janichi Mu Kanha

ଜାଣିଛି ମୁଁ କାହ୍ନା
(— Raga Saberi, Tala Ekatali)
(— ରାଗ ସାବେରୀ, ତାଳ ଏକତାଳି)

ଜାଣିଛି ମୁଁ କାହ୍ନା ତୋ ମନ କାମନା । ଘୋଷା ।

ତୋ ବିନା ନାରୀ ରାଜକୁମାରୀ
ଯାଏ ସେ ଯେବେ ଯମୁନା ପାଣି
(ପଡ଼ି)
ତାରେ ଓଗାଳୁ ବାଟ ଲମ୍ପଟ ପୀତପଟ
ଘାଟ କଉଡ଼ି ନାମେ ଗୋପେ ବସିଛି ହାଟ
ଯେତେ କଲେ ଆକଟ ତିଳେ ନ ମାନୁ ମନା । ୧ ।

ନିକୁଞ୍ଜେ ବସି ବଜାଉ ବଂଶୀ
ତା ନାମ ଘୋଷି ବରଜ ଶଶୀ
(ପଡ଼ି)
ଶୁଣି ସେ ବେଣୁ ଗୀତି ବିଚଳିତ ଶ୍ରୀମତୀ
ଘର ସଂସାରେ ତାର ତିଳେ ନ ଲାଗେ ମତି
ନିର୍ଦ୍ଦୟ ରତିପତି ଛାତି ଦିଏ କରତୀ
ଝୁରି ମରେ ଶ୍ରୀମତୀ ନିରତେ ମୀନନୟନା । ୨ ।