(ଉପେନ୍ଦ୍ର ଭଞ୍ଜ)
ରମଣୀ ରତନ ମେଘକୁ ଚାହିଁ
କହିବୁରେ ମେଘ କାନ୍ତକୁ ଯାଇ
ଏତେ ଦିନ କିମ୍ପା ବିଳମ୍ବ କଲେ
କାଲି ପରିକି କଣ୍ଟ କରିଥିଲେ
କରି ମୋତେ ପର
କି ବିଚାରୁ ଥିବେ ଦିନୁଁ ଅନ୍ତର । ୧ ।
କଲାଣି ଘୋର ଦୁର୍ଦ୍ଦିନ ଚମକ
ନାଦ କଲେଣି କୋକିଲା ଡାହୁକ
କହିଥିଲେ ବନ୍ଧୁ ନିୟମ କରି
କେବେହେଁ ନ ଯିବି ପ୍ରବାସ କରି
କି ବିଚାରି ମନ
କେଉଁ ନାରୀ ସଙ୍ଗେ ବଞ୍ଚିଲେ ଦିନ । ୨ ।
କାମେ ବଶ କଲା କେଉଁ ଚତୁରୀ
କେ ରମଣୀ ରଖିଲା ମନ ହରି
କେହୁ ଦଧି ଫଳ ଭୁଞ୍ଜାନ୍ତେ ବସି
ପିଣ୍ଡରୁ ପରାଣ ଯାଉଛି ଖସି
କେଉଁ ଉପାୟରେ
କାନ୍ତକୁ ଭେଟିବି ନେତ୍ର ପଥରେ । ୩ ।
ସତେ କି କରିବେ ହର ଗଉରୀ
ପ୍ରବାସୁ ମୋ କାନ୍ତ ଆସିବେ ଫେରି
କରିବେ ଅଙ୍କ ପଲଙ୍କେ ଶୟନ
ସତେ କି ମୋ ଦୁଃଖ ହେବ ମୋଚନ
କରି ରସକେଳି
ଭଣେ ଉପଇନ୍ଦ୍ର ଏ ରସେ ଭାଳି । ୪ ।