Dhire Ghena Kananare

ଧୀରେ ଘେନ କାନନରେ
(Abhimanyu Samanta Singhara)
(ଅଭିମନ୍ୟୁ ସାମନ୍ତସିଂହାର)

ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ
ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ । କଳା ମାଣିକରେ !
ନିଧନ ସଙ୍ଖାଳି ମୋର ଦରିଦ୍ର ପସରା
ଅନ୍ଧର ଲଉଡ଼ି ବାବୁ ହୃଦ ରତ୍ନ ହାରା । କଳା ମାଣିକରେ !
ମୋ ଜୀବ ଜୀବନ ତୁହି ନୟନ ପ୍ରତିମା
ତୋତେ କି ପାସୋରି ହେବ ମୋର ସୁଖ ସୀମା । କଳା ମାଣିକରେ !
ଡରୁଥାଉ ଅନ୍ଧାରକୁ ରଖିଥାଉ ଗୋରୁ
ଜନକ ଜନନୀ ସୁଖ କାହିଁପାଇଁ ସାରୁ । କଳା ମାଣିକରେ !
ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ
ହୃଦତାପ ବିନାଶନେ ତୁ ହରି ଚନ୍ଦନ । କଳା ମାଣିକରେ !