Braja Raja Nandana Radha Binodana

ବ୍ରଜରାଜ ନନ୍ଦନ ରାଧା ବିନୋଦନ
(Tarini Charan Patra— Raga Anandabhairabi, Tala Ekatali)
(ତାରିଣୀ ଚରଣ ପାତ୍ର— ରାଗ ଆନନ୍ଦଭୈରବୀ, ତାଳ ଏକତାଳି)

ଭଜ ବ୍ରଜରାଜ ନନ୍ଦନ ରାଧା ବିନୋଦନ
ମଦନମୋହନ ବନମାଳୀ । ଘୋଷା ।

ମୁନିମନ ରଞ୍ଜନ ଭବଭୟ ଭଞ୍ଜନ
ମୁରଲୀ ଗୁଞ୍ଜନ ମୁରଅରି
ଗିରିବର ଧାରଣ କରୀବର ତାରଣ
ଗୋପିନୀ ଜୀବନ ଦୁଃଖହାରୀ । ୧ ।

ଚଞ୍ଚଳ କୁଣ୍ଡଳ ଝଲମଲ ମଞ୍ଜୁଳ
ନଟବର ବେଶ ମନୋହାରୀ
ନୀଳାଞ୍ଜନ ତନୁ ଗୋଷ୍ଠାଚଳେ ଧେନୁ
ଚାରଣ ତାରିଣୀ ମୋକ୍ଷକାରୀ । ୨ ।