Charanayudha Brunda Ratila Re

ଚରଣାୟୁଧବୃନ୍ଦ ରଟିଲା
(KabisurjyaAditala)
(କବିସୂର୍ଯ୍ୟଆଦିତାଳ)

ଚରଣାୟୁଧବୃନ୍ଦ ରଟିଲା ଆରେ ବନ୍ଧୁ
ଅରବିନ୍ଦ ହିଁ ଏବେ ଫୁଟିଲା ରେ
କର କରୁଣା ବୋଲି ଯେତେ ଚାଟୁ ରଚିଲି
ଗୁମାନ ଗଣ୍ଠିଟି ନ ଫିଟିଲା ରେ । ଘୋଷା ।

ଖଚବଚ ମୁଦ୍ଗର ପ୍ରହାରି କେଟି ମୋର
ମୋଦ ପୀୟୂଷ ଘଟି ପିଟିଲା ରେ
ପିଶାଚ ସ୍ମର ଆସି ଦେବାରୁ ମୋତେ ଗ୍ରାସି
ନିଶା ଚରମ ଦଶା ଘଟିଲା ରେ । ୧ ।

କିଶୋରୀଙ୍କର ମନମୀନକୁ ଏ ବଚନ
ମିଷ ବଡ଼ିଶ ଲାଠି ଛାଟିଲା ରେ
କବିମିହିର ମତିମିଳିନ୍ଦ ସେ ଦମ୍ପତି
ପଦାବ୍ଜ ମକରନ୍ଦ ଚାଟିଲା ରେ । ୨ ।