Bansi Teji Hela

ବଂଶୀ ତେଜି ହେଲ
(Harapriya Debadasi— Raga Bichitra Kamodi, Tala Adatali)
(ହରପ୍ରିୟା ଦେବଦାସୀ— ରାଗ ବିଚିତ୍ର କାମୋଦୀ, ତାଳ ଆଡ଼ତାଳି)

ବଂଶୀ ତେଜି ହେଲ
ଶଙ୍ଖ ଚକ୍ର ହସ୍ତ ହେ ରାଧାନାଥ । ଘୋଷା ।

ବ୍ରଜ ତେଜି ହେଲ ନୀଳଗିରି ବାସୀ
ଖୋଜି ଖୋଜି ଭେଟ ପାଇଲୁ ହେ ଆସି
କହିବାକୁ କଥା ଭୟ ଲାଗୁଅଛି
ଗଲା ଗୋପପୁର ଭାସି ହେ ।୧।

ଗୋବର୍ଦ୍ଧନ ଗିରି ନିକୁଞ୍ଜ କାନନ
ନାରଖାର ସବୁ ହେଲାଣି ଏମାନ
ଗୋରୁ ତରୁଲତା ମୃଗ କାନ୍ଦୁଛନ୍ତି
କରି ତୁମ୍ଭ ମୂର୍ତ୍ତି ଧ୍ୟାନ ହେ ।୨।

ଚନ୍ଦ୍ରଶାଳା ପୁର ଭାଜିପଡ଼ିଲାଣି
ପଡ଼ି ଯଶୋଦାର ଦେହ ଛାଡ଼ିଲାଣି
କାନ୍ଦି କାନ୍ଦି ନନ୍ଦ ଚକ୍ଷୁକୁ ନ ଦିଶେ
ସବୁ ସୁଖ ସରିଲାଣି ହେ ।୩।