Sanchibi Mu Kehi E Dine

ସଞ୍ଚିବି ମୁଁ କେହି ଏ ଦିନେ
(Tunga Dakhinaraya— Raga Jhinjoti, Tala Ekatali)
(ତୁଙ୍ଗ ଦକ୍ଷିଣରାୟ— ରାଗ ଝିଞ୍ଜୋଟି, ତାଳ ଏକତାଳି)

ସଞ୍ଚିବି ମୁଁ କେହି ଏ ଦିନେ, ସଜନୀ
ଆରେ କହ ତୁ ଯାଇ ମୋହନେ । ଘୋଷା ।
ରସିକ ନାଗର ଏତେ ଦୁଃଖକୁ ଯା ଦେଲେ ମୋତେ
କପଟ କଲେ ସେ କେତେ ଅଭିନ୍ନେ । ୧ ।
ପିଣ୍ଡ ପ୍ରାଣ ଥିଲି ବିକି ହୋଇ ଚରଣ ସେବକୀ
ଜୀବ ନ ରହଇ ନିକି ଜୀବନେ । ୨ ।
ଚିନ୍ତାମଣି କଳ୍ପଦ୍ରୁମ କର୍ମକୁ ଯା ହେଲେ ବାମ
ଅରଜିବ ସିନା ଧର୍ମ ମଦନେ । ୩ ।
ବଡ଼ ହୃଦୟ ସରସ ମଣିଲ କି ହେ କୁଳିଶ
ସଦୟ ନୋହିଲ ଲେଶ ସୁମନେ । ୪ ।
କରି ସ୍ନେହେ ଗଳାହାର ଛିଣ୍ଡାଇ ଦେଲା ତସ୍କର
ଏବେ କଲ ପର ପର ବଚନେ । ୫ ।
ଚତୁର ପଣ୍ଡିତ ଗୁଣବନ୍ତ ହେଲ ହେ କୃପଣ
ଶିଖିଛ ପରା ଏ ଗୁଣ ନୂତନେ । ୬ ।
କ୍ଷୀରନୀରୁ ବଳି ଅତି ବଢ଼ାଇଲ ଭାବେ ପ୍ରୀତି
କଲ ମଧୁଲିଟ ରୀତି ଗୁମାନେ । ୭ ।
ତୁଙ୍ଗ ଦକ୍ଷିଣରା ଭାଷି ଦୂତୀ ଶ୍ରୀମତୀଙ୍କ ତୋଷ
ଆସିବେ ସୁକେଶି କେଶୀମନ୍ଥନେ । ୮ ।