Prana Sangini Mo Gunamani

ପ୍ରାଣ ସଙ୍ଗିନୀ ମୋ ଗୁଣମଣି
(Kabisurjya— Raga Prathama Manjari, Tala Tripata)
(କବିସୂର୍ଯ୍ୟ— ରାଗ ପ୍ରଥମ ମଞ୍ଜରୀ, ତାଳ ତ୍ରିପଟା)

ପ୍ରାଣ ସଙ୍ଗିନୀ ମୋ ଗୁଣମଣି
ନ ସରଇ ଗୁଣ ଗୁଣି ରେ
ମୋ ହୃଦଶୋଭିନୀ ଆନନ୍ଦ ଦାୟିନୀ
ଦୁଃଖନିଶି ନିଶାମଣି ରେ । ଘୋଷା ।

ମୋ ନୟନାନନ୍ଦ ରମ୍ୟ ଅରବିନ୍ଦ
ଗୃହ ସରଣୀ ଶୋଭିନୀ ରେ
ରମଣୀ ନନ୍ଦନକାନନ ସୁମନ
ପାରିଜାତ ସମ ଗଣି ରେ
ତୋ ବିନେ ସଂସାର ଦିଶେ ଛାରଖାର
ଜୀବନ ଅସାର ମଣି ରେ । ୧ ।