(ଦାମୋଦର— ରାଗ କୌଶିକୀ, ତାଳ ଏକତାଳି)
ବରବରନା ବରଷା ଅନା
ବିଦୋଷେ ନ ରୁଷ କରୀବିଜିତ ଗମନା ରେ । ଘୋଷା ।
ବରଷଇ ନୀର ଦେଖ ବିଦାରି ଦେଉଛି ବକ୍ଷ
ବାରେ କୋଳେ ଆସ ଧନ ସିନା ରେ ।
(ପଡ଼ି)
ବରଷି ସୁରତି ଦାନ ତୋଷରେ ଦାସର ମନ
ବିହରାଅ ନ କରି ଶୋଚନା ରେ
ଭଣିଲେ ଶ୍ରୀ ଦାମୋଦର ବିଗତ ଯେ ନିଶାକର
ପାଶେ ଆସ ଆସ ମୋର ବତିଶ ଲକ୍ଷଣା ରେ । ୧ ।