Ana Ana Sunayana Kinchita

ଅନା ଅନା ସୁନୟନା କିଞ୍ଚିତ କୃପାରେ
(Kabisurjya— Raga Dhannasika, Tala Jati)
(କବିସୂର୍ଯ୍ୟ— ରାଗ ଧନ୍ନାସିକା, ତାଳ ଯତି)

ଅନା ଅନା ସୁନୟନା କିଞ୍ଚିତ କୃପାରେ
ତୋଷ ମୋତେ ଅନୁକମ୍ପା ହାତୀ ଶିରୁପାରେ
ନ ସହି ମୋ ଭଗାରୀଏ ସଢ଼ନ୍ତୁ ତ୍ରପାରେ । ଘୋଷା ।

ଭାସିଲିଟି ଡାକିକଟି ସ୍ମର ଅକୂପାରେ
ତରୁଣୀ ତରଣୀ ହୋଇ ଲଗାଅ ତୁ ପାରେ ।
(ପଡ଼ି)
କେତେ କେତେ ଜନ୍ମୁ ଧନ ତୋ ଜଳ ଜପାରେ
ଲେଖିଛି ଅଳତା ଚିତ୍ର ତୋ ଜଳଜ ପାରେ
ନ ଫିଙ୍ଗି ଦୃଷ୍ଟି ତୋ ବିନା ଆନ ସୁରୂପାରେ । ୧ ।