Sunagori Re Rusi Basana

ସୁନା ଗୋରୀ ରେ ରୁଷି ବସନା
(Dinabandhuraja— Raga Dhannasika, Tala Ekatali)
(ଦୀନବନ୍ଧୁରାଜ— ରାଗ ଧନ୍ନାସିକା, ତାଳ ଏକତାଳି)

ସୁନା ଗୋରୀ ରେ ରୁଷି ବସନା
ମାନ ସୁମାନ ରେ ଋଷିମୋହନା । ଘୋଷା ।

ଧରି କହୁଛି କର କିଣିଲା ଜନେ ତୋର
କିଞ୍ଚିତେ କୃପା କର ରେ ମୀନନୟନା
(ପଡ଼ି)
ତୋ ବିନା ଗତି ଆନ ନାହିଁ ସଜନୀ ଜାଣ
ତେଜ ମାନସୁଁ ମାନ ରଖ ପରାଣଧନ
ଘେନ ମିନତି ଦୀନବନ୍ଧୁ ମୁଁ ତୋ ଦାସ ସିନା ରେ । ୧ ।