Sajani Go Manu Jiba Ki Sate

ସଜନୀ ଗୋ ମନୁ ଯିବ କି ସତେ
(Benudhara— Raga Kolahala, Tala Jhula)
(ବେଣୁଧର— ରାଗ କୋଳାହଳ, ତାଳ ଝୁଲା)

ସଜନୀ ଗୋ ମନୁ ଯିବ କି ସତେ
ଯାହା ଦେଖିଥିଲୁ କାଲି ଯମୁନା ପଥେ । ଘୋଷା ।

ଛୁଆ ମୂରତି ସେ ନୂଆ ମଦନ
କୁମାର ପୁନିଅଁ କାଳିଆ ଜହ୍ନ
ବାଙ୍କ ଚାହାଣୀରେ ଥରେ ସେ ଅନାଇଁ
କିଙ୍କରୀ କରି ତ ରଖିବ ସତେ ଗୋ । ୧ ।