Keli Prabina Kahinki Karuna Una

କେଳି ପ୍ରବୀଣା କାହିଁକି କରୁଣା ଉଣା
(Benudhara— Raga Chhayatodi, Tala Ekatali)
(ବେଣୁଧର— ରାଗ ଛାୟାତୋଡ଼ି, ତାଳ ଏକତାଳି)

କେଳି ପ୍ରବୀଣା କାହିଁକି କରୁଣା ଉଣା ରେ । ଘୋଷା ।

କରି ତ ନାହିଁ ମୁଁ ଦୋଷ କି ଘେନି ମୋ ଠାରେ ରୋଷ
ବହିଛୁ ଏ ବୁଝାମଣା ରେ । ୧ ।

ପାଦେ କି ନ ଦେଲି ଲାକ୍ଷା କହ ଆରେ କୁଟିଳାକ୍ଷା
ଛାମୁରେ କରୁଛି ଜଣା ରେ । ୨ ।

ତୋ ଝରା କୁସୁମ ଗଭା ସଜାଡ଼ି ନ ଦେଲି ଅବା
ସେ କାରଣୁ ଏ ରୁଷଣା ରେ । ୩ ।

ସୁଝୀନ ବସନ କୁଞ୍ଚି ନ ଦେଲି ବୋଲିକି ଘୁଞ୍ଚି
ବସିଅଛୁ ରୁଷି ସିନା ରେ । ୪ ।