Balana Sahi Aau Tahinre Go

ବଳାନା ସହି ଆଉ ତହିଁରେ ଗୋ
(— Raga Natanarayana, Tala Ekatali)
(— ରାଗ ନଟନାରାୟଣ, ତାଳ ଏକତାଳି)

ବଳାନା ସହି ଆଉ ତହିଁରେ ଗୋ
ମୋ ଠାରେ ତାର ସ୍ନେହ ନାହିଁ ନାହିଁ ଗୋ । ଘୋଷା ।

ସେ ଶଠ ବିଟ ପୁରୁଷ ତା ଠାରେ ନାହିଁ ବିଶ୍ୱାସ
ବିଶ୍ୱାସରେ ବିଷ ଦିଏ ସେହି ଗୋ ।
(ପଡ଼ି)
ତା ଲାଗେ କେତେ ଯାତନା ଲଭିଲି ସଜନୀ ସିନା
ବାଜିଲା ନିନ୍ଦା ବାଜଣା ହାଟେ ବାଟେ ତା ପାଇଁ ଗୋ । ୧ ।