Radhe Radhe Radhe Boli Bajare Bansi

ରାଧେ ରାଧେ ରାଧେ ବୋଲି ବାଜରେ ବଂଶୀ
(Benudhara— Raga Basanta, Tala Ekatali)
(ବେଣୁଧର— ରାଗ ବସନ୍ତ, ତାଳ ଏକତାଳି)

ରାଧେ ରାଧେ ରାଧେ ବୋଲି ବାଜରେ ବଂଶୀ
ବାଜରେ ବଂଶୀ ମୋହନ ବଂଶୀ । ଘୋଷା ।

ଯମୁନା ପାଣି ଉଠୁ ଉଜାଣି
ବହୁରେ ମୃଦୁ ମଳୟ ରାଶି
ଶୁଖିଲା ତରୁ ପଲ୍ଲବ ଧରୁ
ନାନା କୁସୁମେ ଯାଉ ବିକଶି । ୧ ।

କୋକିଳ ଗାନ ପଞ୍ଚମ ତାନ
ସହିତେ ଗାଉ ଗାଉ ଉଲ୍ଲାସି
ମତ୍ତ ଭ୍ରମର କରୁ ଝଙ୍କାର
ଆସୁ ଶ୍ରୀ ରାଧା ହସି ହସି । ୨ ।