Sahachari Re Achi Ete Manoratha

ସହଚରୀ ରେ ଅଛି ଏତେ ମନୋରଥ
(Kabisurjya— Raga Kamoda, Tala Jati)
(କବିସୂର୍ଯ୍ୟ— ରାଗ କାମୋଦ, ତାଳ ଯତି)

ସହଚରୀ ରେ ଅଛି ଏତେ ମନୋରଥ କରି ରେ । ଘୋଷା ।

ତମାଳ ମହେନ୍ଦ୍ର ମଣି ଅପଘନ
ପରିରମ୍ଭଙ୍କୁ ମୁଁ ଅଟେ କି ଭାର୍ଜନ
କେବଳ ଡାକିବ ଥରେ ସେ ମୋହନ
ମୁରଲୀ ମୋ ନାମ ଧରି ରେ । ୧ ।

ପଲ୍ଲବ ବିଦ୍ରୁମ ବନ୍ଧୁକ ସଙ୍କାଶ
ଅଧର ମଧୁକୁ ନାହିଁ ମୋର ଆଶ
ପିଉ ଥରେ ଶ୍ୟାମ ମୁଖଚନ୍ଦ୍ର ହାସ
ଶୋଭା ମୋ ନେତ୍ର ଚକୋରୀ ରେ । ୨ ।