(ଅଜ୍ଞାତ କବି— ରାଗ ଘଣ୍ଟାରବ, ତାଳ ଯତି)
କହ ସହି କାହିଁ ପାଇଁ ମୋହନ ନଇଲେ ଗୋ
ପ୍ରହରୁ ଚଳିଲା ନିଶି କାହିଁ ସେ ରହିଲେ ଗୋ । ଘୋଷା ।
ଦହଇ ବିରହାନଳ କେତେ ହେବି କଲବଲ
ସହିବି କେମନ୍ତେ ଏହା ସେ ଭେଟ ନୋହିଲେ ଗୋ ।
(ପଡ଼ି)
ସ୍ନେହରେ ଭୁଲାଇ କେହି ଗୋ
ରଖିଲେ କି ଅଟକାଇ ଗୋ ?
ଦେହ ତ ମୋ ସହୁ ନାହିଁ ଗୋ
କି ଦଣ୍ଡ ମୋହନ ବିହିଲେ ଗୋ । ୧ ।