Sakhi Se Mohane Kaha

ସଖୀ ସେ ମୋହନେ କହ
(Anonymous— Raga Saabari, Tala Ekatali)
(ଅଜ୍ଞାତ କବି— ରାଗ ଶାବରୀ, ତାଳ ଏକତାଳି)

ସଖୀ ସେ ମୋହନେ କହ ଯାଇ ଏତିକି ଗୋ
କାହୁଁ ଶିଖିଲେ ଶ୍ୟାମ ଏ ଘରବୁଡ଼ା ରୀତିକି ଗୋ । ଘୋଷା ।

ମୋହନ ବଂଶୀ ବଜାଇ ଚେତନା ଦେଲେ ହଜାଇ
କରି ଏତେ ଲୋକହସା ଦେଲେ ଅପଖ୍ୟାତିକି ଗୋ
(ପଡ଼ି)
ପ୍ରୀତି ରସେ ରସାଇଲେ ନିନ୍ଦା ହାଟ ବସାଇଲେ
କୁଳ କଳଙ୍କିନୀ କରି ଲଭିଲେ କି ଖ୍ୟାତିକି ଗୋ । ୧ ।