(କବିସୂର୍ଯ୍ୟ— ରାଗ ତାରା, ତାଳ ଯତି)
ସତେ କି ବିହି ଏହା କରିବ ଗୋ
ସଖୀ ମୋ ଦୁଃଖ ଦଶା ସରିବ ଗୋ । ଘୋଷା ।
ସଜଳ ଜଳଧର କଳେବର କିଶୋର
ବରଙ୍କୁ ମୋ ନେତ୍ର ହେରିବ ଗୋ
ଶ୍ୟାମ ଶ୍ରୀମୁଖ ଚନ୍ଦ୍ରମଣ୍ଡଳୁଁ ହୋଇ ସାନ୍ଦ୍ର
ବଚନ ସୁଧାରସ ଝରିବ ଗୋ
(ପଡ଼ି)
କରି ମୋ ଚିତ୍ତ ଚୋରି ଧରା ନ ଦେବା ହରି
ବୁଝିବା ବୋଲି ବାଣୀ ସ୍ଫୁରିବ ଗୋ
ବୋଲେ ଶ୍ରୀ ଜଗଦ୍ଦେବ ଲଭିଣ ଶ୍ୟାମ ଭାବ
କଳ୍ପକ ଅଳ୍ପ ପରି ସରିବ ଗୋ । ୧ ।