(କବିଚନ୍ଦ୍ର କାଳୀଚରଣ— ରାଗ ଭୈରବୀ, ତାଳ ତ୍ରିପଟା)
ରୁଷିଛୁ କି ମା ଶଙ୍କରୀ
ରୁଷାଇଲା କେ କି କରି । ଘୋଷା ।
ଫିଟିଛି ପ୍ରଳମ୍ବ କେଶ
ଅଯତନ ବେଶ ବାସ
ଜବା ତେଜି ଆଜ ଏ କି
ଗଳେ ତୋର ମୁଣ୍ଡମାଳି । ୧ ।
ବଦନେ କାଳିମା ଛାଇ
କାହିଁ ସେ ସରସ ନାହିଁ
ଚିହ୍ନି ତ ନ ହୁଏ ଆଉ
ତୁହି ମା ଗଉରୀ ବୋଲି । ୨ ।
ଡର ଲାଗେ ହେରି ତୋତେ
ବରାଭୟ ତେଜି ସତେ
ଏ କି ମା ପ୍ରଳୟ ଖେଳେ
ମାତିଛୁ ଗୋ ଦିଗମ୍ବରୀ । ୩ ।
ଭୋଳା ହର ଗଙ୍ଗା ତୁଲେ
ମାତ ଏ କି ଦୁଃଖ ଦେଲେ
ଅନା ମା ଚରଣ ତଳେ
ଆଣିଛି ମୁଁ ଶିବେ ଧରି । ୪ ।