Chahan Na Chahan Na Dhana

ଚାହାଁନା ଚାହାଁନା ଧନ
(Kabichandra Kali Charan— Raga Mohanaa, Tala Ekatali)
(କବିଚନ୍ଦ୍ର କାଳୀଚରଣ— ରାଗ ମୋହନା, ତାଳ ଏକତାଳି)

ଚାହାଁନା ଚାହାଁନା ଧନ ସେ କାଳିଆ ଠାଣିକି ରେ
ଯୁବତୀ ଜୀବନ ଘେନା ବଙ୍କା ବଂଶୀପାଣିକି ରେ । ଘୋଷା ।

ଜାଣି ସେ ମୋହନୀ ଲଗା ଲମ୍ପଟିଆ ଘାଟଜଗା
ବେଳ ଦେଖି ଦେବ ଦଗା ନ ରଖିବ ଆଣିକି ରେ । ୧ ।

କବିଚନ୍ଦ୍ର ବୋଲ ଶୁଣ ଶିଖଣ୍ଡଚୂଳିଆ ଗୁଣ
ଏକା ଦେଖି କୁଞ୍ଜବନେ ନିଏ ପରା ଟାଣିକି ରେ । ୨ ।