Rasarangi To Ingita Bachane

ରସରଙ୍ଗୀ ତୋ ଇଙ୍ଗିତ ବଚନେ
(Gourahari— Raga Sri, Tala Aditala)
(ଗୌରହରି— ରାଗ ଶ୍ରୀ, ତାଳ ଆଦିତାଳ)

ରସରଙ୍ଗୀ ତୋ ଇଙ୍ଗିତ ବଚନେ
ତା ଚିତ୍ତକୁ ହରି ନେଲୁ କିରେ । ଘୋଷା ।

ତୋ ବିଧୁବଦନ ଦେଖିଣ ମୋହନ
ବାସ ଭୂଷଣାଦି ମଣେ ବିଷ ପରିରେ । ୧ ।

ଖୋଜିବାକୁ ଜଣେ ଏ ବ୍ରଜ ଭୁବନେ
ନାହିଁ କେହି ସ୍ନେହୀ ଆଉ ତୋର ପରିରେ । ୨ ।

ଚାହିଁଦେଲେ ଯେଣେ ତୋ ଛବି ନୟନେ
ଦିଶେ ଦିଶେ ଦିଶୁଛି ନାଚିଲା ପରିରେ । ୩ ।

କେବଳ ତୁ ତାର ପଞ୍ଚପ୍ରାଣ ପର
କାର ବର ବାରଣ ଗମନୀ ସିନାରେ । ୪ ।

ପାରଳା ଧବ ଗୌରଚନ୍ଦ୍ର ଦେବ
ଏ ରସେ ତୋଷେ ଭାଷେ ସରସ ଚିତ୍ତରେ । ୫ ।