Lata Lagi Jaithila Eka

ଲଟ ଲାଗି ଯାଇ ଥିଲା ଏକା
(Gourahari— Raga Marua, Tala Jati)
(ଗୌରହରି— ରାଗ ମରୁଆ, ତାଳ ଯତି)

ଲଟ ଲାଗି ଯାଇ ଥିଲା ଏକା ଆଜ
ନଟବର ଘନଶ୍ୟାମଙ୍କର
ଅଟକ ନ ମାନି ପଳାଇ ଆସିଲି
ଲାଟପଣନ୍ତକୁ ଛଡ଼ାଇ ମୋହର । ଘୋଷା ।

ଛଟକରେ କେଉଁ ଠାରେ କିପରିରେ
ଭେଟ ଅବା ଗଡ଼ିଯିବ ବୋଲି
ଘଟ ଧରି କେବେ ହେଲେ ଏକା ଜଳ
ଘାଟକୁ ଏ ଘେନି ନ ଯାଏ ଗୋ ପେଲି । ୧ ।

ପୁଟ ହାଟକ ମୋ ଅଙ୍ଗ କାନ୍ତି ଚାହିଁ
ଅଟକି ନ ପାରେ କ୍ଷଣେ ମତି
ଘଟ ଛଳ କରି ଓଷ୍ଠ ଧରୁ କେତେ
ଘାଟରୁ ମୋ ସୁଯୋଗରୁ ଗଲି ବରତି । ୨ ।

ହଟ କରି ଜଗିଥାନ୍ତି ଗୋ କି ଘେନି
ବାଟେ ହାଟେ ଦେଖା ହେବା ପାଇଁ
ତୁଟଇ ନାହିଁ ପରା ଲୋଭ ଚିତ୍ତରୁ
ଘଟଣା ହୋଇବା ଯାଇ ଆରେ ସହି । ୩ ।

ତାଟକା ହୋଇ ଯାଉଛି ଗୋ ତାଙ୍କର
କୂଟ ଆଚରଣ ଯାକ ଚାହିଁ
ଭୋଟ କଥା ଜୋଟା ଯୋଟି ଦରିବାକୁ
ଘଟ ଏକା ଘଟଣା କରିଛି ବିହି । ୪ ।

ପାଟକ କୁଳ ତୁମ୍ଭର ସେ ତ ନିଶ୍ଚେ
ପାଟ ବ୍ରଜ ଯୁବରାଜ ହରି
ସ୍ଫୁଟ କରି ଦ୍ୱିଜ ଗୌରହରି କହେ
ଘଟଣା ହୋଇ ଯାଏ କେବେ କିପରି । ୫ ।