Sri Gurudeba Bandanam

ଶ୍ରୀ ଗୁରୁଦେବ ବନ୍ଦନଂ
(Gourahari— Raga Naata, Tala Aditala)
(ଗୌରହରି— ରାଗ ନାଟ, ତାଳ ଆଦିତାଳ)

ଶ୍ରୀ ଗୁରୁଦେବ ବନ୍ଦନଂ
ସଂସାର ଭାରନାଶନଂ । ଘୋଷା ।

ଜୟ ରୂପ ସନାତନ ଜୟ ଗୌର ଭକ୍ତଗଣ
ଜୟ ଦୁଷ୍କୃତ ପରିଶୋଧନଂ
ଜୟ ଶ୍ରୀ ଗୌରଚନ୍ଦ୍ର ଜୟାଦ୍ୱୈତ ନିତ୍ୟାନନ୍ଦ
ଚିନ୍ତି ଯୁଗଳପଦ ସନ୍ତତଂ । ୧ ।

ମୁରଲୀ ମନୋହର ତ୍ରିଭଙ୍ଗୀ ସୁନ୍ଦର
ଜୟ ଗୋବର୍ଦ୍ଧନ ଧାରକଂ
ଦୀନ ଦୟାପର ଶ୍ରୀ ରାଧାବର
କଟି ତଟେ ପୀତପଟ ଶୋଭନଂ । ୨ ।

କରୁଣାସାଗର ଶୁଭଦାୟକ ବର
ଜୟତୁ ପୂର୍ଣ୍ଣଚନ୍ଦ୍ରାନନଂ
ହେ ଜଳଦବରନ ପତିତୋଦ୍ଧାରଣ
କଳି କଳୁଷ ଭୟ ବିମୋଚନଂ । ୩ ।

ବ୍ରଜପତି ନନ୍ଦନ ଗୋକୁଳ ବନ୍ଦନ
ଜୟ ରାସରସିକ ମୋହନଂ
ଗୋଲୋକ ନାୟକ ହେ ଶୁଭଦାୟକ
ତ୍ରିଜଗତ ମୋହ ବିନାଶନ । ୪ ।

ବ୍ରହ୍ମା ଶଙ୍କର ପଦାବ୍ଜକୁ ଯାହାର
ମାନସେ କରେ ଚିନ୍ତନଂ
ଦ୍ୱିଜ ଗୌରହରି ହୃଦୟେ ସୁମରି
ନିରନ୍ତରେ କରେ ଏ ଧ୍ୟାନ । ୫ ।