Tanku Mana Re Sajani

ତାଙ୍କୁ ମନା ରେ ସଜନୀ
(Benudhara— Raga Gundakriya, Tala Ekatali)
(ବେଣୁଧର— ରାଗ ଗୁଣ୍ଡକ୍ରିୟା, ତାଳ ଏକତାଳି)

ତାଙ୍କୁ ମନା ରେ ସଜନୀ
ମୁଁ ନୁହଇଁ ଚନ୍ଦ୍ରାବଳୀ ସୁମନା ରେ । ଘୋଷା ।

ସତ ନାହିଁ ଯାର ସତୀଙ୍କ ଠାରେ
ତା ସଙ୍ଗେ ମୁଁ ପ୍ରୀତି କଲି ବୃଥାରେ
(ପଡ଼ି)
ପରତେ ନ ଯିବି ଆଉ ଏଣିକି
କୂଟ କପଟିଆ ଚିନ୍ତାମଣିକି
ବୋଲେ ବେଣୁଧର ଆଗୋ କିଶୋରୀ
ସତେ କି ବନ୍ଧୁକୁ ଦେବୁ ପାଶୋରି । ୧ ।