(ବେଣୁଧର— ରାଗ ଶୋକବରାଡ଼ି, ତାଳ ଯତି)
ଭଲା ସେ ମନମୋହନ
ପୀରତିରେ ରସିଲୁ ଗୋ
ଜାଣି ଶୁଣି ଯାହା ରାଧେ
ଅପବାଦେ ଭାସିଲୁ ଗୋ । ଘୋଷା ।
ସେ ଶ୍ୟାମ ପ୍ରେମ ଗଞ୍ଜାଇ
ମାଦକେ ହେଲୁ ରଞ୍ଜାଇ
କହୁଥିଲି ସମଝଇ
ତା ମନେ ନ କଷିଲୁ ଗୋ
(ପଡ଼ି)
ବାମନୟନା ମୋ ମନା
ନ ଘେନିଲୁ ରେ ସୁମନା
କାମ ଅସିଧାରକୁ ଯା
ହେମ ଅଙ୍ଗରେ ଘଷିଲୁ ଗୋ । ୧ ।