(ବେଣୁଧର— ରାଗ ଶୋକବରାଡ଼ି, ତାଳ ଏକତାଳି)
ଗଲୁ ସରି ରେ କିଶୋରୀ କନକଗୋରୀ
ସେ ଶଠ ଲମ୍ପଟ ପ୍ରୀତି ଭରସା କରି । ଘୋଷା ।
ହଟିଆ ସେ ଦଗାଦିଆ ସତୀ ମହତ ଲୁଟିଆ
ପଡ଼ି ତା ପ୍ରୀତି ନିଶାରେ ହେଲୁ ତୁ ଘାରି
(ପଡ଼ି)
ହଜିଲା ଲାଜ ମହତ ଭାଜିଲା କୁଳ ମହତ
ବ୍ରଜବଜାରେ ତୁ ହେଲୁ କୁଳଟା ନାରୀ
ନାହିଁ ତ ଉପାୟ ଆନ ରେ ନାରୀ ଶିରୀ ରତନ
ଟାପରା ସହିବୁ ହସିବେଟି ଭଗାରି । ୧ ।