Syama Sundara Sindhu Manthi

ଶ୍ୟାମସୁନ୍ଦର ସିନ୍ଧୁ ମନ୍ଥି
(Banamali— Raga Mukhari, Tala Jati)
(ବନମାଳୀ— ରାଗ ମୁଖାରୀ, ତାଳ ଯତି)

ଶ୍ୟାମସୁନ୍ଦର ସିନ୍ଧୁ ମନ୍ଥି ପାଇଲ କି ସମ୍ଭାର
ନୋହିଲେ କୁବେର ବେଦବର ସୁନା
-ଶୀର ଦେଇପାରେ ଦୂତର । ଘୋଷା ।

ମୋ ମନେ ହେଉଛି ନରେନ୍ଦ୍ର ସର ଏ
ନୁହେଁ ହେବ କ୍ଷୀରସାଗର
ଚାପ ଛଳେ ବଳେ ପକାଇ ମନ୍ଦର
ମନ୍ଥିଲ କି ନନ୍ଦକିଶୋର । ୧ ।

ମଣିବିମାନରେ ପତାକା ଉରଗ
ବାସୁଅଛି ଗନ୍ଧ ସିନ୍ଦୂର
ଦେବତାଙ୍କୁ ଘେନି ନୋହିଲେ କାହିଁକି
ପାଶେ ଖଟିଛନ୍ତି ଶଙ୍କର । ୨ ।

ତରଙ୍ଗ ପାଇ ତରାସ ରାହୁପରା
ଗୋଡ଼ାଇ ଗିଳେ ସୁଧାକର
ମୋହିନୀ ରୂପ ଆପଣେ ଧରିଛନ୍ତି
ଛାଡ଼ ନାହିଁ ଅଙ୍ଗ ଗଉର । ୩ ।

କଉସ୍ତୁଭ ମଣି ରମଣୀମଣିକି
ଆପଣେ କଲ ଅଙ୍ଗୀକାର
ବନମାଳୀ ବୋଲେ ନୀଳ ପର୍ବତରେ
ହରି କରିବେ କି ବିହାର । ୪ ।