Kunda Brunda Nibha

କୁନ୍ଦ ବୃନ୍ଦ ନିଭ
(Dwija Padmanabha— Raga Ramakeri, Tala Aditala)
(ଦ୍ୱିଜ ପଦ୍ମନାଭ— ରାଗ ରାମକେରୀ, ତାଳ ଆଦିତାଳ)

କୁନ୍ଦ ବୃନ୍ଦ ନିଭ ଅତି ରୁଚି ଭୈରବ
ସୁନ୍ଦର ଶୁଚି ତନୁ ବିରାଜତେ
ବୀଣା ପୁସ୍ତକ ରଞ୍ଜିତ କରଯୁଗ
ଭାରତୀ ଗୁଣମୟୀ ନମୋସ୍ତୁତେ । ୧ ।

ଶାରଦ ଶଶଧର ପୂର୍ଣ୍ଣ ଦୀପ୍ତକର
ମଦହରସହ ମୁଖ ବିଭ୍ରାଜତେ
ସକଳ ଶାସ୍ତ୍ର ବିଶାରଦ ଭଗବତୀ
ଆଶ୍ରିତ ଜନ ହୃଦ ସମୁଦିତେ । ୨ ।

ନାରଦାଦି ମୁନି ବୃନ୍ଦାରକ ଚୟ
ବନ୍ଦିତ କୃତ ତବ ପଦାମ୍ବୁଜେ
ଶୁକ୍ଳାମ୍ବରଧାରିଣୀ ଯୋଗତାରିଣୀ
ନାରାୟଣୀ ତ୍ୱାଂ ସଦା ଭଜେ । ୩ ।

ବାସୁଦେବ କର୍ଣ୍ଣଚ୍ଛଦ ଶିଞ୍ଜିତ
ତାନ ଗାନ ରସ ପ୍ରମୋଦିନୀ
ବର୍ଣ୍ଣିତ କରେ ଦ୍ୱିଜ ପଦ୍ମନାଭ
ସପନ ମନ ବିହାରିଣୀ । ୪ ।