Khanjanakhi Khiti Mandana

ଖଞ୍ଜନାକ୍ଷୀ କ୍ଷିତିମଣ୍ଡନା
(Benudhara— Raga Bichitra Kamodi, Tala Ekatali)
(ବେଣୁଧର— ରାଗ ବିଚିତ୍ର କାମୋଦୀ, ତାଳ ଏକତାଳି)

ଖଞ୍ଜନାକ୍ଷୀ କ୍ଷିତିମଣ୍ଡନା
କୋକିଳ କଳବଚନା
କାହିଁକିରେ ଧନମଣି ଏ ଗୁମାନ କରି
ମୋଠାରେ ରହିଛୁ ବରାଙ୍ଗନା । ଘୋଷା ।

କରିଛି କି ଦୋଷ କହରେ ନାରୀଶ
ବାସ ଅଙ୍ଗୀବାସ ପଣନ୍ତର ଦାସ
ଅଟେ ତୋର ପାଶ ନ କର ନିରାଶ
ଶରଦିନ୍ଦୁ ହାସ କିଞ୍ଚିତେ ପ୍ରକାଶ । ୧ ।

ଗଣ୍ଡଯୁଗେ ପାଣି ମଣ୍ଡନା ସିହାଣୀ
କରଜେ ଧରଣୀ ଚିରୁ କିସ ମଣି
ଶିଶୁ ବଣା ଏଣୀନୟନରୁ ପାଣି
ମୁଞ୍ଚୁ ଶୂଳପାଣି ମିତ୍ର ଶିରେ ଆଣି । ୨ ।

ମତ୍ତକରୀଗତି ନୂତନା ସୁମତି
ରେ ରତିମୂରତି ତୋ ବିନା କେ ଗତି
ଆରେ ରସବତୀ ମୋ ନେତ୍ରସମ୍ପତ୍ତି
ଆସ ଆସ ଯତିମୋହିନୀ ମୋର କତି । ୩ ।

ଜଣାଉଛି ଧନ ମୋ ଦୟିନୀ ଘେନ
ରମଣୀରତନ ତେଜ ଅଭିମାନ
ବେଣୁଧର ଦୀନ କବି ନିଶାଈନ
ବିନୟ ବଚନ ନ କର ତୁ ଆନ । ୪ ।