Prana Sangini Go Nahi Ambha Banamali

(Banamali— Raga Purbi Kalyana, Tala Jati)
(ବନମାଳୀ— ରାଗ ପୂର୍ବୀ କଲ୍ୟାଣ, ତାଳ ଯତି)

ପ୍ରାଣ ସଙ୍ଗିନୀ ଗୋ ନାହିଁ ଆମ୍ଭ ବନମାଳୀ । ଘୋଷା ।

ଦେଖ ଏ କାଳିକା କାଳୀ
କୁଣ୍ଡଳୀ ଆସୁଛି ଖେଳି । ୧ ।

ଆସେ ବିଜୁଳି ରସନା ଚାଳି
ସେ ସିନା କାଳୀକି ଦଳି । ୨ ।

କାଳିନ୍ଦୀରେ କଲେ କେଳି
ସଙ୍ଗେ ଘେନି ବ୍ରଜବାଳୀ । ୩ ।

ଏହି ରସେ ଭାଳି ଭାଳି
ଗୀତେ କହେ ବନମାଳୀ । ୪ ।