(ଦୀନବନ୍ଧୁରାଜ— ରାଗ ଘଣ୍ଟାରବ, ତାଳ ପଡ଼ିତାଳ)
କଂସ କଟକରେ ହରି ରେ, ରମଣୀମଣି
ପ୍ରିୟାକୁ ଲେଖନ୍ତି ପ୍ରିୟବାଣୀ । ୧ ।
ମୁଁ ତୋହର କିଣା ଜନରେ, ରମଣୀମଣି
ନ ଘେନି ମୁଁ ମନେ ଧନ ଆନରେ । ୨ ।
ଖଳ ବିହି ବଶୁଁ ଆସିରେ, ରମଣୀମଣି
ତୋତେ ଛାଡ଼ି ହେଲି ପରବାସୀ । ୩ ।
ଶିବ ସେବିବି କେତେ ରେ, ରମଣୀମଣି
ଚଞ୍ଚଳାକ୍ଷୀ ଲଭିଥିଲି ତୋତେ । ୪ ।
ତୁ ମୋର ନେତ୍ର ପିତ୍ତୁଳାରେ, ରମଣୀମଣି
ବନ୍ଧୁ ମୋତେ ନ କରିବୁ ହେଳା । ୫ ।
ଶୁଣି ରାଧା ବେନୁପାଣି ରେ, ରମଣୀମଣି
ଦୀନବନ୍ଧୁ ରାଜ ରସ ଭଣି । ୬ ।