Kene Gheni Jaucha Jagannathanku

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
(Salabega— Raga Mangala Gujjari, Tala Khemata)
(ସାଲବେଗ— ରାଗ ମଙ୍ଗଳ ଗୁଜ୍ଜରୀ, ତାଳ ଖେମଟା)

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
ଆମ୍ଭେ ଦ୍ରଶନ କରିବୁ କାହାକୁ ।ଘୋଷା।
ଖୁଣ୍ଟିଆ ଡାକ ଦେଲେ, ପହଣ୍ଡି ବିଜେ କଲେ
ବିଜୟ କର ପ୍ରଭୁ ଚାପକୁ ।୧।
କୁଳବଧୂଙ୍କ ରଡ଼ି, ପଣ୍ଡାଏ ଗଡ଼ାଗଡ଼ି
ବିଧାତା ବାମ ହେଲା ଓଡ଼ିଶାକୁ ।୨।
ବଡ଼ଦେଉଳୁଁ ବାହାରି, ଶଗଡ଼ିରେ ବିଜେ କରି
ରେଣୁ ଯେ ପଡ଼ୁଥିବ ଶ୍ରୀମୁଖକୁ ।୨।
କହଇ ସାଲବେଗ, ନିର୍ମାଲ୍ୟ କାହୁଁ ହେବ
ଧିକ ଧକ ଆମ୍ଭ ଜୀବନକୁ ।୪।