Gangadhara Hara He

ଗଙ୍ଗାଧର ହର ହେ
(Kabichandra Kali Charan— Raga Saberi, Tala Ekatali)
(କବିଚନ୍ଦ୍ର କାଳୀଚରଣ— ରାଗ ସାବେରୀ, ତାଳ ଏକତାଳି)

ଗଙ୍ଗାଧର ହର ହେ ଚନ୍ଦ୍ରମଉଳି
ଭୂତପତି ଡମ୍ବରୁଧର କର । ପଦ ।
ଗଳ ପର ନାଗ ଫଣା, ଦିଗମ୍ବର
ସେବିତ ସୁରନର, ଶମ୍ଭୁ ଉମାବର, କାମ ବାମକର,
(ପଡ଼ି)
ବନ୍ଦେ ଜଗଜ୍ଜନ ସରସିଜ ଚରଣେ
ଗିରିଜାବରଦ ଶଙ୍କର ହେ
ଭୂତ ସଙ୍ଗ, କର ରଙ୍ଗ, ମନୋହର
ଡିମକ ଡିମକ ନାଦେ, ନଟନ ଚପଳ ଛନ୍ଦେ
ଜୟ ଜଗଦୀଶ୍ୱର ।୧।