Girija Haramohini Maa

ଗିରିଜା ହରମୋହିନୀ ମା
(Kabichandra Kali Charan— Raga Kanada, Tala Rupaka)
(କବିଚନ୍ଦ୍ର କାଳୀଚରଣ— ରାଗ କାନଡ଼ା, ତାଳ ରୂପକ)

ଗିରିଜା ହରମୋହିନୀ ମା
ଭବସାଗର ତାରିଣୀ । ଘୋଷା।

ଶଙ୍କର ହୃଦ ପର ବାସିନୀ
କିଙ୍କର ଜନ ମନ ତୋଷିଣୀ
ପଙ୍କଜ ପଦ ଦରନାଶିନୀ ମା,
ସୁଖଦା, ଶୁଭଦା, ବରଦେ ।୧।

ମହiଷାସୁର ମର୍ଦ୍ଦିନୀ ମା
ସୁର ନର ମୋଦବର୍ଦ୍ଧିନୀ
ଚନ୍ଦ୍ରମଉଳି ଅରଧାଙ୍ଗିନୀ
ଚଣ୍ଡାସୁର ରଣରଙ୍ଗିନୀ
ଚଣ୍ଡୀ ଦଳ ବଳ ସଙ୍ଗିନୀ
ଫଳଦା, କୁଳଦା, ବରଦେ ।୨।

ଶରଣାଗତ ପାଳିନୀ ମା
କରୁଣାମୟୀ ଶୂଳିନୀ
ଛବି ତବ କୋଟି ଭୁବନ ନନ୍ଦେ
ରବି ଶଶଧର କିରଣ ନିନ୍ଦେ
କବିଶଶୀ ନିତି ଚରଣ ବନ୍ଦେ
କରୁଣା, କର ମା, ବରଦେ ।୩।