Bajiba Bhusa Pada

ବାଜିବ ଭୂଷା ପଦ
(Kaviraja Jayadeva— Raga Anandabhairabi, Tala Ekatali)
(କବିରାଜ ଜୟଦେବ— ରାଗ ଆନନ୍ଦଭୈରବୀ, ତାଳ ଏକତାଳି)

ବାଜିବ ଭୂଷା ପଦ ରାଜୀବ ଯୁଗଳରେ
ଆଜ ବରଜରାଜ ବରନାରେ । ଘୋଷା ।
ନିକୁଞ୍ଜକୁ ସଜନୀ ଚାଲ ମୋ କଥା ମାନି
ମୁଁ ତୋର ସଙ୍ଗେ ଅଛି ଡରନାରେ । ୧ ।
ଛଣା ବିଧୂବଦନା ଜଣା ନ ଗଲା ସିନା
ଜଣାଇ ଦେବି ରାମା ଘେନନାରେ । ୨ ।
କହଇ ଜୟଦେବ ନିନ୍ଦା ସଫଳ ହେବ
ଆଉ ମୋ ନାମେ ବଂଶୀ ବଜାନାରେ । ୩ ।