Sundara Rupa Kedara

ସୁନ୍ଦର ରୂପ କେଦାର
(Gopal Chandra Panda— Raga Kedara, Tala Jhampa)
(ଗୋପାଳ ଚନ୍ଦ୍ର ପଣ୍ଡା— ରାଗ କେଦାର, ତାଳ ଝମ୍ପା)

ସୁନ୍ଦର ରୂପ କେଦାର
ଗାଅ ହେ ଗୁଣୀଜନେ ବିଚାରି । ଘୋଷା ।

ନଟ ମେଳର ସ୍ୱର ଘେନି
ଗାଅ ଦ୍ୱିତୀୟ ଯାମିନୀ
ଷଡ଼ଜ ସମ୍ବାଦୀ ବାଦୀ ମଧ୍ୟମ
ଜାତି ଔଡ଼ବ ସମ୍ପୂର୍ଣ୍ଣ କରି । ୧ ।