Gouda Raga Rupa Madhura

ଗୌଡ଼ ରାଗ ରୂପ ମଧୁର
(Gopal Chandra Panda— Raga Gouda, Tala Jhampa)
(ଗୋପାଳ ଚନ୍ଦ୍ର ପଣ୍ଡା— ରାଗ ଗୌଡ଼ା, ତାଳ ଝମ୍ପା)

ଗୌଡ଼ ରାଗ ରୂପ ମଧୁର
ଆଦରେ ଗାଅ ଗୁଣି ଚତୁର । ଘୋଷା ।

ଯାମିନୀ ଦ୍ୱିତୀୟ ପ୍ରହରେ
ଗାଅ ହରଷେ ଶ୍ରୀ ମେଳରେ
ବାଦୀ ପଞ୍ଚମ ଷଡ଼ଜ ସୁର ସମବାଦୀ ରୂପେ ଧର
ଜାତି ଔଡ଼ବ ସମ୍ପୂର୍ଣ୍ଣ ସମ୍ପୂର୍ଣ୍ଣ ରୂପ କର । ୧ ।